(ହରିୟାଣା) : ହରିୟାଣାରେ ଆଜି ଠାରୁ ଏକ ସପ୍ତାହ ଯାଏଁ ଲକଡାଉନ । ମେ ୩ ଠାରୁ ସାତ ଦିନ ଯାଏଁ ରାଜ୍ୟରେ ଲକଡାଉନ ଲାଗୁ ହେବ । ବର୍ଦ୍ଧିତ କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ରାଜ୍ୟର ୯ଟି ଜିଲ୍ଲାରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ ହୋଇଥିଲା। ଏନେଇ ହରିୟାଣାର ସ୍ଵାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି, ହରିୟାଣାରେ ରବିବାର ୧୪୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୪ ହଜାର ୪୮୬ରେ ପହଁଚିଛି।