(ହିଞ୍ଜିଳି /ରଜନୀକାନ୍ତ ପାତ୍ର ): ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତ ରେ ଦୀର୍ଘଦିନଧରି ଚାଲିଥିବା ପାଣି ସମସ୍ୟା ପୂର୍ବରୁ ପାଣିଯୋଗାଇବା ପାଇଁ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା ଟେଣ୍ଡର ହୋଇ ରହିଥିବା ବେଳେ ପାଣି ଅଭାବରେ ବାସିନ୍ଦା ପୋଖରୀ,କୂପ ପାଣି ଆଣି ଶୋଷ ମେଣ୍ଟାଉଛନ୍ତି। ପୂର୍ବରୁ ଯେଉଁ ପାନୀୟ ଜଳ ଯୋଗାଣ ହେଉଥିଲା ତାହା ବି ସଠିକ ଭାବେ ଲୋକଙ୍କୁ ମିଳୁନାହିଁ । ଏନେଇ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭିନ୍ନ ପ୍ରକାର ବାହାନା ଦେଖାଉଥିବା ଅଭିଯୋଗ କରିଛନ୍ତି। ଧାରଣାକୁ ଆସୁଥିବା ସମୟରେ ସରପଞ୍ଚ,ଠିକାଦାର ସକାଳୁ ଧାରଣା କୁ ରୋକିବା କୁ ଚେଷ୍ଟା କରିଥିଲେ ମଧ୍ୟ ବ୍ରହ୍ମପୁର ମୁଖ୍ୟରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ ଗ୍ରାମବାସୀ ଖବର ପାଇଁ ଘଟଣା ସ୍ଥଳରେ ଗ୍ରାମୀଣ ଜଳ ଯୋଗାଣ କାର୍ୟ୍ୟ ନିର୍ଭକ୍ଷହି ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବିଡ଼ିଓ ଗଦାଧର ପାତ୍ର , ନିର୍ଭକ୍ଷହି ଯନ୍ତ୍ରୀ ହିଞ୍ଜିଳି ସମେତ କୁକୁଡାଖଣ୍ଡି ଯନ୍ତ୍ରୀ ମନସ୍ବୀନି ମହାପାତ୍ର, ପ୍ରମୁଖ ଆସି ଅଞ୍ଚଳବାସିଙ୍କୁ ପ୍ରତିଶୃତି ପରେ ଧାରଣା ଭାଙ୍ଗିଥିଲା । ଚାଷୀ ଅପେକ୍ଷା ଆୟୋଜକ ସୁଦାମ ପାତ୍ର,ବଜେପି ନେତା ଚିନ୍ମୟାନନ୍ଦ ଦାସ,ଅଞ୍ଚଳ ଜିଲ୍ଲାପରିଷଦ ଏଲ.ମୋହନ ଦାସ, ବାବୁଲା ପାତ୍ର,ସୁବାଷ ପାତ୍ର,୧୩ ନଂ ୱାର୍ଡ ମେମ୍ବର ନାରାୟଣ ପାତ୍ର ଦୁଇ ନଂ ୱାର୍ଡ ମେମ୍ବର ଜି ବାସନ୍ତୀ ଙ୍କ ସହ ଯୁବପିଢ଼ି ସଫଳ ଉଦ୍ୟମରେ ଗ୍ରାମ ଲୋକେ ପାଣି ପାଇପାରିବେ ।