ପ୍ରେମ ,ଦୁଷ୍କର୍ମ ଓ ଭିଡିଓ ଭାଇରଲ ଧମକରେ ଜଣେ ଅଭିଯୁକ୍ତ ଗିରଫ

(ହିଞ୍ଜିଳି /ରଜନୀ କାନ୍ତ ପାତ୍ର): ପ୍ରଥମେ ପ୍ରେମ ,ପରେ ଦୁଷ୍କର୍ମ ଓ ତାପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରଲ ଧମକରେ ଜଣେ ଯୁବକକୁ ଗିରଫ କରିଛି
ଗଂଜାମ ଜିଲ୍ଲା ହିଞ୍ଜିଳି ପୋଲିସ । ଗିରଫ ଯୁବକ ଜଣକ ସ୍ଥାନୀୟ ଥାନା ବାଦିଆମ୍ବଗାଁର ଶ୍ରୀଧର ଗଉଡ଼ (୩୫) । ଉଭୟଙ୍କ ଡ଼ାକ୍ତରମାଇନା କରାଯିବା ପରେ ସଂପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର‌୍ୟ୍ୟମଣି ପ୍ରଧାନଙ୍କ ସୁତ୍ରରୁ ପ୍ରକାଶ ।
ଥାନା ସୁତ୍ରରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ଅଂଚଳର ଜଣେ ବିବାହିତା ହରିଜନ ମହିଳା, ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନିକଟସ୍ଥ ଗ୍ରାମର ଯୁବକ ଶ୍ରୀଧର ବିବାହିତା ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରୁଥିଲା । ରବିବାର ଯୁବକ ଜଣକ ସଂପୃକ୍ତ ମହିଳାଙ୍କୁ ବ୍ରହ୍ମପୁର ଯିବାକୁ କହିଥିଲେ । ମହିଳା ଜଣକ ଯୁବକଙ୍କ ସହ ବ୍ରହ୍ମପୁର ଯିବାକୁ ମନା କରିବାକୁ ଯୁବକ ଜଣକ ଉଭୟଙ୍କ ଅନ୍ତରଙ୍ଗ ମୁହୁର୍ତର ଫଟୋ ଓ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ବାଧ୍ୟ ହୋଇ ମହିଳା ଜଣକ ଯୁବକଙ୍କ ସହ ବ୍ରହ୍ମପୁର ଯାଇଥିଲେ । ଯିବା ବାଟରେ ଏକ ନିଛାଟିଆ ସ୍ଥାନ ଦେଖି ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ବ୍ରହ୍ମପୁରରୁ ଫେରିବା ପରେ ଘଟଣା ନେଇ ମହିଳା ଜଣକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।