ତାରାକାନ୍ତ ନାୟକ/ସାଲେପୁର : କଟକ ଚାନ୍ଦବାଲି ରାସ୍ତାର କେନ୍ଦୁପାଟଣା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳ୧୦ଟା ସମୟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଏପରି ଦୁର୍ଘଟଣା ଘଟିଛି। ଟ୍ରକଡ୍ରାଇଭରଙ୍କ ବେପାରୁଆ ଓ ଅତ୍ୟାଧିକ ମଦ୍ୟପାନ ଯୋଗୁଁ ଏଭଳି ଦୂର୍ଘଟଣା ଘଟିଛି ବୋଲି ଯାହା ସୂଚନା ମିଳିଛି। ଏଥିରେ କୌଣସି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଏଠି କିନ୍ତୁ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ରାଜ୍ୟ ସରକାର ଗାଡିଚଳାଚଳ ପାଇଁ ଏତେ କଟକଣା ଲାଗୁ କଲାପରେବି ଏଭଳି ଦୂର୍ଘଟଣା ଘଟିବା ବଡଆଶ୍ଚର୍ୟ୍ୟର ବିଷୟ ପାଲଟିଛି। ଏହି ରାସ୍ତାରେ ଦଶ ଚକିଆ,ବାରଚକିଆ ଯାନ ଯିବା ଆସିବା କରୁଛି, ଚାଳକମାନେ ମଦ୍ୟପାନ କରି ଗାଡି ଚଲାଇବାରୁ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଦୁର୍ଘଟଣାକୁ ରୋକା ଯାଇପାରିବ।