(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପାଳିକା ୱାର୍ଡ ନମ୍ବର ଏକ ମହୁଲଡିଆ ଠାରେ ଆଜି କୋଭିଡି ନିୟମକୁ ମାନି ମାଆ ଗଜଲଷ୍ମୀଙ୍କର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ଦୀର୍ଘ ଏକ ଚାଳିଶ ବର୍ଷ ହେଲା ବହୁ ଆଡମ୍ବରରେ ସହକାରେ ମାଆଙ୍କର ପୂଜାର୍ଚ୍ଚନା ହୋଇଆସୁଥିଲା।କିନ୍ତୁ ଏବର୍ଷ କରୋନା ମହାମାରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ସରକାରଙ୍କ କୋଭିଡ଼ ନିୟମକୁ ମାନି ମହୁଲଡିଆ ଲଷ୍ମୀ ପୂଜା କମିଟିରେ ଏବର୍ଷ ଚାରି ଜଣ କର୍ମକର୍ତ୍ତା ଏବଂ ଦୁଇ ଜଣ ପୂଜକଙ୍କୁ ନେଇ ମାଆଙ୍କର ପୂଜାର୍ଚ୍ଚନା କରାଯାଇଛି । ଏବଂ ବିନା ଭକ୍ତରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି।ପୂଜକଙ୍କ କହିବା ଅନୁସାରେ ମାଆ ଗଜଲଷ୍ମୀ ହେଉଛନ୍ତି ଜଣେ ପ୍ରତ୍ୟକ୍ଷ ଦେବୀ ।ଯେଉଁ ଭକ୍ତ ମାଆଙ୍କୁ ଯାହା ମାଗିଥାଏ, ମାଆ ସେମାନଙ୍କୁ ତାଙ୍କର ମନସ୍କାମନା ପୂରଣ କରିଥାନ୍ତି ବୋଲି ପୂଜକ କହିଛନ୍ତି ।