ଅଜିତ ସାହୁ/ ଜଳେଶ୍ୱର: ଲାକଡାଉନକୁ ଚାରି ମାସ ପୁରିବାକୁ ବସିଲାଣି। ଏହାରି ଭିତରେ ସମସ୍ତେ ଏକ ପ୍ରକାର ଗୃହ ବନ୍ଦୀ ଜୀବନ ଯାପନ କରୁଛନ୍ତି। ଅନେକ ଖେଳକୁଦରେ ଦିନ ବିତାଉଥିବା ବେଳେ ଅନେକ ଟିଭ ଦେଖି, ରୋଷେଇ କରି ସମୟ କଟାଉଛନ୍ତି। କିନ୍ତୁ ବଳିଆପାଳ ବ୍ଲକର ୨୧ ନମ୍ବର ଯୋନର ଜିଲା ପରିଷଦ ସଦସ୍ୟ ତଥା ଯୁବ ବ୍ୟବସାୟୀ, ସମାଜସେବୀ ରବୀନ୍ଦ୍ର ନାଥ ଅଣ୍ଡିଆ ଓ ତାଙ୍କ ପତ୍ନୀ ଜୟ ଲକ୍ଷ୍ମୀ ଅଣ୍ଡିଆ କୋରନା ନିୟମନୁ ମାନି ଘରେ ରହିବା ସହ ବଳକା ସମୟକୁ ସୃଜନାତ୍ମକ ବିନିଯୋଗ କରୁଛନ୍ତି ଏକ କିଚେନ ଗାର୍ଡେନ କରି । ପ୍ଲାଷ୍ଟିକ ଡ୍ରମ ଓ ପ୍ଲାଷ୍ଟିକ ଅଖାକୁ ବ୍ୟବହାର କରି ଚାରି ମାସ ମଧ୍ୟରେ ନିଜ ଘର ଛାତ ଉପରେ ଏହି ଗାର୍ଡେନରେ ଫଳାଇଛନ୍ତି ନାନା ରକମର ପନିପରିବା । ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଯେଉଁଥିରେ ରହିଛ ବାଇଗଣ, କଲରା, ସଲରା, ଭେଣ୍ଡି,ପୋଇ, ଝୁଡ଼ଙ୍ଗ,ଲାଉ, ଜନହିଁ,କାକୁଡି ଭଳି ବିଭିନ୍ନ କିସମର ପରିବା ।ଯାହା ପାଇଁ ଆଜି ସେ ଅନ୍ୟମାନଙ୍କ ପାଇଁ,ଉଦାହରଣ ପାଲଟିବା ସହିତ ନିଜେ ଚର୍ଚ୍ଚାରେ ଅଛନ୍ତି। ତେବେ ଏ ନେଇ ଅଧିକ ଆଲୋଚନା କରୁଛନ୍ତି ଆମ ଜଳେଶ୍ୱର ପ୍ରତିନିଧି ଅଜିତ ସାହୁ।