(ଜଗନ୍ନାଥ ଅଗ୍ରୱାଲ): ଟ୍ରକ୍ ଅଟକାଇ ଡ୍ରାଇଭରକୁ ମାଡମାରିବା ଘଟଣା ଅନୁଗୋଳ ପୋଲିସ ଫର୍ଦ୍ଦାଫାସ କରିଛି । ଗତ ୪ ତାରିଖରେ ଏଇଞଓ, କଡଓ ନାମକ କଣ୍ଟେନର କୋରିୟର ଜିନିଷ ନେଇ ଈଐଓଡଇଘଊଓ ରୁ ଭୁବନେଶ୍ୱର ଯାଉଥିବା ବେଳେ ବଡ଼କେରା ନିକଟରେ ଡକାୟତ ମାନେ କଣ୍ଟେନର ଅଟକାଇ ଡ୍ରାଇଭରକୁ ଭୁଜାଲିରେ ହାଣି କଣ୍ଟେନର ସହ ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଅନୁଗୁଳ ଥାନାରେ କଣ୍ଟେନର ମାଲିକ ଏକ ୠଓଜ ଦେଇଥିଲେ। ମାମଲାକୁ ଭିତ୍ତି କରି ଅନୁଗୁଳ ପୋଲିସର ସ୍ୱତନ୍ତ୍ର ଟିମ ଟାଙ୍ଗି ପୋଲିସ ସହାୟତାରେ ଟାଙ୍ଗି ଅଂଚଳରୁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୬ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ସହ କଣ୍ଟେନର ଓ ଏକ ଭୁଜାଲିକୁ ଜବତ କରିଛି ପୋଲିସ।ଦୁଇଜଣ ଅଭିଯୁକ୍ତ ଫେରାର ହୋଇଛନ୍ତି।ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏସ ଡି ପି ଓ ହରିହର ପାଣି ସୂଚନା ଦେଇଛନ୍ତି।ତିନିଜଣ ଅଭିଯୁକ୍ତ ହେଲେ ଜଗନ୍ନାଥ ସେନାପତି, ସୋମନାଥ ନାୟକ ଓ ଦିଲ୍ଲୀପ ସାଅ।ଫେରାର ଅଭିଯୁକ୍ତ ମାନେ ହେଲେ କାନହା ସ୍ୱାଇଁ ଓ ଭାଗ୍ୟରଥୀ ସ୍ୱାଇଁ।ସେପଟେ ପୋଲିସ ମଧ୍ୟ ଆଉ ଜଣେ ବାଇକ ଚୋରି କରିଥିବା ଚୋରକୁ ଧରିଛି। ଅଭିଯୁକ୍ତ ଚିର ହେଲା ଚିନ୍ମୟ ସାଉ ।ତା ନିକଟରୁ ଏକ ଆପାଚି ମୋଟର ସାଇକେଲ ଜବତ କରିଛି ପୋଲିସ।