(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଅମ୍ଫାନ ପ୍ରଭାବ ପରବର୍ତ୍ତି ସ୍ଥିତି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ପଶ୍ଚିମବଙ୍ଗ ବାସୀଙ୍କ ସହ ଓଡିଶା ରହିଛି ବୋଲି ସେ କହିଛନ୍ତି । ଏହା ସହ ପଶ୍ଚିମବଙ୍ଗୋରେ ହୋଇଥିବା କ୍ଷୟ କ୍ଷତି ନେଇ ମମତାଙ୍କୁ ପଚାରି ବୁଝିଥିଲେ ନବୀନ । ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ପ୍ରତିଶ୍ରୃତି ଦେଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗୋ ରେ ବାତ୍ୟାରେ ୮୦ ଜଣ ପ୍ରାଣ ହରାଇଛନ୍ତି । ଅନେକ ଅଂଚଳର ଧାନ ଫସଲ ନଷ୍ଟ ହୋଇଥିବାବେଳେ ବିଦ୍ୟୁତ ଓ ଯୋଗାଯୋଗ ବ୍ୟାହତ ହୋଇଛି । ବାତ୍ୟା ଅମ୍ଫନର କ୍ଷୟକ୍ଷତିର ଆକଳନ ପାଇଁ ଆଜି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତାର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦି ପହଁଚିବା ପରେ ସେଠାରୁ ସେ ଦମଦମ୍ ବିମାନବନ୍ଦରକୁ ଗସ୍ତ କରିଥିଲେ । ଏହି ଠାରୁ ପଶ୍ଚିମବଙ୍ଗୋ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ହେଲିକପ୍ଟର ଯୋଗେ ମୋଦି ବାତ୍ୟା ପ୍ରଭାବିତ ଅଂଚଳର ଆକାଶମାର୍ଗରୁ ସ୍ଥିତି ଦେଖିବେ । ଏହାପରେ ପଶ୍ଚିମବଙ୍ଗୋ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ବାତ୍ୟା କ୍ଷୟ କ୍ଷତି ସମ୍ପର୍କରେ ଆଲୋଚନା କରି ଦିନ ପ୍ରାୟ ସାଢେ ଗୋଟାଏରେ ପଶ୍ଚିମବଙ୍ଗ ଛାଡି ଭୁବନେଶ୍ୱର ଅଭିମୁଖେ ଆସିବେ ମୋଦି ।