(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ‘ମୋ ସାଇକେଲ୍’ । ଲକ୍ଡାଉନ୍ ବେଳେ ଲୋକଙ୍କ ଅନୁରୋଧକୁ ରକ୍ଷା କରି କ୍ରୁଟ୍କୁ ‘ମୋ ସାଇକେଲ୍’ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଗୋଟିଏ ଦିନରେ ଅନେକ ଥର ସାଇକେଲ୍ ଚଳାଇବାର ସୁବିଧା ମିଳିବ । କିନ୍ତୁ ଯେକୌଣସି ରାଇଡ୍ ସର୍ବାଧିକ ୩୦ ମିନିଟ୍ ଭିତରେ ହିଁ ରହିବ । ୩୦ ମିନିଟ୍ରୁ ଅଧିକ କୌଣସି ରାଇଡ୍ରେ ଗଲେ ଗ୍ରାହକଙ୍କୁ ଧାର୍ଯ୍ୟ ଭଡ଼ା ଦେବାକୁ ପଡ଼ିବ । ସାଇକେଲ ବ୍ୟବହାର ଦ୍ୱାରା ସାମାଜିକ ଦୂରତା ରକ୍ଷା ହୋଇପାରିବ । ତେବେ ୩୦ ମିନିଟ୍ ପର୍ଯ୍ୟନ୍ତ ମାଗଣାରେ ସାଇକେଲ୍ ଚଲାଇପାରିବେ । ଜୁନ୍ ୩୦ ଯାଏ ଲୋକମାନେ ‘ମୋ ସାଇକେଲ୍’ରେ ଏହି ରିହାତି ପାଇପାରିବେ । କରୋନା ସଂକ୍ରମଣକୁ ନଜରରେ ରଖି ସାଇକେଲ୍ ଗୁଡ଼ିକୁ ସାନିଟାଇଜ୍ କରାଯାଇଛି । ସାଇକେଲ୍ ବ୍ୟବହାର ବେଳେ ମାସ୍କ ଏବଂ ଗ୍ଲୋଭ୍ସ ପିନ୍ଧିବା ଜରୁରୀ । ଏ ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।