୮୬ଟି ଜେଲରୁ ମୁକୁଳିଲେ ବିଚାରଧୀନ କଏଦୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଜେଲରୁ ମୁକୁଳିଛନ୍ତି ବିଚାରଧୀନ କଏଦୀ । ରାଜ୍ୟରେ କୋରନାକୁ ଦୃଷ୍ଟିରେ ରଖି ୮୬ଟି ଜେଲରୁ ୭୨୫୫ ବିଚାରଧୀନ ବନ୍ଦୀଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏହା ସହ ୩୮୯ ଜଣ କଏଦୀଙ୍କୁ ଜେଲ କର୍ତ୍ତୃପକ୍ଷ ଜାମିନ ଦେଇଛନ୍ତି । ୧୧୬୨ ଜଣ କଏଦୀ ଅନ୍ୟ ଜେଲକୁ ସ୍ଥାନାନ୍ତର ମଧ୍ୟ ହୋଇଛନ୍ତି । ୬୮୬୬ ଜଣ କଏଦୀଙ୍କୁ କୋର୍ଟ ଜାମିନ୍ ଦେଇଛନ୍ତି । ଏହା ସହ ୧୮ ଜୁନ ଯାଏଁ ହାଇକୋର୍ଟ ଅଗ୍ରୀମ ଜାମିନ୍ ବାବଦ ମିଆଦି ବଢାଇଛନ୍ତି । ୧୩ ମେ ସୁଦ୍ଧା ୧୬ ହଜାର ୯୩୧ ଜଣ ସର୍ବ ମୋଟ କଏଦୀ ଏବେ ୮୬ଟି ଜେଲରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ହଜାର ୭୨୫ ଜଣ କଏଦୀ ସଜ୍ଜା ପାଇସାରିଛନ୍ତି । ଏଥିରୁ ୧୨୭ ମହିଳା କଏଦୀ ଥିବା ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସୂଚନା ଦେଇଛନ୍ତି ।