ମହାତ୍ମାଗାନ୍ଧୀ ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

(ଓମ୍ ପ୍ରକାଶ ମିଶ୍ର): ଗତକାଲି ସକାଳେ ସୁବର୍ଣ୍ଣପୁର ଜିଲ୍ଲାରେ ଅହିଂସା ,ସତ୍ୟ ଓ ସାନ୍ତିର ପ୍ରତୀକ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଏବଂ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଗାନ୍ଧୀଙ୍କ ପ୍ରତି ମୁତ୍ତୀରେ ପୁଷ୍ପମାଲ୍ୟ ସହ ଟାଉନ ହଲ୍ ଠାରେ ସର୍ବ ଧର୍ମ ପ୍ରାଥନା ସଭା ଏବଂ ଗାନ୍ଧୀ ଆଦଶକୁ ନେଇ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର , ସମ୍ମାନିୟ ଅତିଥି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସ, ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଡ଼. ଦେବାଶିଷ ପାଣ୍ଡିଆ ଉପସ୍ଥିତ ରହିଥିଲେ। ଠିକ ସେହିପରି ସ୍ୱଛତା ହିଁ ସେବା ବାର୍ତ୍ତାରେ ଆଜି ଜିଲ୍ଲାର ବିଭିନ୍ନ ଜାଗାରେ ସମୁହ ସଫେଇ କାର୍ୟ୍ୟରେ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀମାନେ ସାମିଲ ହୋଇଥିଲେ ।ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।