(ଯାଜପୁର /ଦୀପକ କୁମାର ): ଆଜି ପବିତ୍ର ଜାଗର । ଏନେଇ ଉତ୍ସବ ମୁଖର ଶୈବ ପୀଠ । ଏନେଇ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ପୀଠ ରେ ଆଧ୍ୟାତ୍ମିକ ପରିବେଶ ଭିତରେ ଚାଳିଛି ପ୍ରଭୁଙ୍କର ପୂଜା ଅଚ୍ଚର୍ନ । ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିରହିଛି । ମହାଶିବ ରାତ୍ରି ଉପଲକ୍ଷେ ଭକ୍ତ ମାନେ ମହା ଆନନ୍ଦ ରେ ଦର୍ଶନ କରୁଛନ୍ତି । ପୋଲିସ ପ୍ରଶାସନ, ଏବଂ ସ୍ବେଛାସେବୀ ସଂଗଠନ ପକ୍ଷରୁ ମହାଦେବ ଙ୍କୁ ଦର୍ଶନ କରିବା ପାଇଁ ନାନା ପ୍ରକାର ସୁ ବନ୍ଦୋବସ୍ତ କରା ଯାଇଛି । ରାତି ୧୧ :୧୫ ମିନିଟରେ ମହାଦୀପ ଉଠିବା ନେଇ କାର୍ଯ୍ୟକ୍ରମ ରହିଛି ବୋଲି କମିଟି କହିଛି ।