(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଶୂନ୍ୟକାଳରେ ବେକାରୀ ସମସ୍ୟା କଥା ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଓଡ଼ିଶାରେ ଉତ୍କଟ ବେକାରୀ ସମସ୍ୟ । କେତେ ବେକାରୀ ନିଯୁକ୍ତି ପାଇଛନ୍ତି ତ କେତେ ପାଇ ନାହାଁନ୍ତି ତାକୁ ନେଇ ଉଠାଇଲେ ପ୍ରଶ୍ନ । ୨୨ ଲକ୍ଷ ୫୭ ହଜାର ବେକାର ନାଁ ପଞ୍ଜିକରଣ କରିଥିଲେ। ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର ୨୬ ହଜାର ପିଲାଙ୍କୁ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସବୁଠୁ ଅଧିକ ୫୫ ୫୫୬ ବେକାରୀ ରହିଛନ୍ତି ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି ।
ସେହିପରି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଅପରାଗ ସରକାର ବୋଲି କହିଛି । ଏ ସରକାର ସୁବଥିରେ ଫେଲ ମାରିଛି ବୋଲି କଂଗ୍ରେସର ସୁର ରାଉତରାୟ କହିଛନ୍ତି । ତେଣୁ କରି ସରକାର ଏ ଦିଗରେ ଧ୍ୟାଦ ଦିଅନ୍ତୁ ବୋଲି ସେ କହିଛନ୍ତି ।
ହେଲେ ନିଯୁକ୍ତ କିଭଳି ଅଧିକ ହେବ ସେଥିପାଇଁ ରାଜ୍ୟ ସରକାର ଏକ ବାତାବରଣ ତିଆରି କରୁଛନ୍ତି ବୋଲି ବିଜେଡ଼ିର ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।