(ଅଜିତ ସାହୁ)ଜଳେଶ୍ୱର: ସାମାନ୍ୟ ବଚସାରୁ ହତ୍ୟା। ସିଗାରେଟ ନେଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ସିଙ୍ଗଲା ଥାନା ସାର୍ଥା ଗାଁରେ ଘଟିଛି। ଗତକାଲି ସଂଧ୍ୟାରେ ଚାରିଜଣ ଯୁବକ ଏକ କାର ରେ ଆସି ସାର୍ଥା ରାଜଧାନୀ ଛକ ନିକଟରେ ଥିବା ମଦ କାଉଣ୍ଟରରୁ ମଦ ପିଇ ଏକ ପାନ ଦୋକାନ ରୁ ସିଗାରେଟ ମାଗିଥିଲେ। ସିଗାରେଟର ଦାମ କସା କଷି କୁ କେନ୍ଦ୍ର କରି ଚାରି ଜଣ ଯୁବକ ଓ ଦୋକାନୀଙ୍କ ମଧ୍ୟରେ ତୁତୁମେ, କଥା କଟାକଟି ହୋଇ ହାତାହାତୀ ହୋଇଥିଲା।
ଏଥିରେ ଦୋକାନୀ ସୁବାସ ପାତ୍ର ଗୁରୁତର ହୋଇଥିବା ବେଳେ ଚାରିଜଣ ଯୁବକ ପଳାଇଯିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକମାନେ ଖବର ପାଇ ଉକ୍ତ ଚାରି ଜଣ ଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ କାର ସହିତ ସାର୍ଥା ଫାଣ୍ଡିରେ ଜିମା ଦେଇଥିଲେ। ତେବେ ଚିକିତ୍ସା ଧୀନ ଅବସ୍ଥାରେ ସୁବାସ ର ମୃତ୍ୟୁ ହୋଇଛି, ଅନ୍ୟ ଦୁଇ ଅଭିଯୁକ୍ତ ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲ ରେ ଚିକିତ୍ସା ଧୀନ ରହିଛନ୍ତି।ସୁବାସର ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳ ବାସୀ ଉତ୍ତେଜିତ ହୋଇ ରାସ୍ତା ଅବରୋଧ କରି ମୃତକର କ୍ଷତି ପୂରଣ ସାଙ୍ଗକୁ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଶକ୍ତ କାର୍ୟ୍ୟାନୁଷ୍ଠାନ ଏବଂ ଉକ୍ତ ମଦ କାଉଣ୍ଟର ବନ୍ଦ କରିବାକୁ ଦାଵି କରିଛନ୍ତି। ଘଟଣା ସ୍ଥଳରେ ସିଙ୍ଗଲା ଥାନା ଅଧିକାରୀ , ବସ୍ତା ଏସଡିପିଓ ଉପସ୍ଥିତ ରହି ଅଧିକ ତଦନ୍ତ ଜାରି ରଖିଛି। ଏହା ସହ ପୋଲିଶ ଦୁଇ ଜଣକୁ ଅଟକ ରଖିଛି ।