(ଆଦର୍ଶ ରାଉତ)ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଏହାର ପ୍ରଭାବ ଭୁବନେଶ୍ୱର ବ୍ୟବସାୟ ଉପରେ ପଡ଼ିଛି। ଭୁବନେଶ୍ୱରର ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ ଗୁଡ଼ିକ ଚାଇନାରେ ନିର୍ମାଣ ହେଉଥିବା ସାମଗ୍ରୀର ବ୍ୟବସାୟ କରିଥାନ୍ତି । ତେବେ କରୋନା ଭାଇରସର ଆତଙ୍କ ଖେଳିବା ପରେ ରାଜଧାନୀର ବ୍ୟବସାୟୀ ମାନେ ଚାଇନା ସାମଗ୍ରୀ କିଣିବା ବନ୍ଦ କରିଦେଇଛନ୍ତି । ଯାହା ଫଳରେ ବ୍ୟବସାୟରେ ୨୦ରୁ ୩୦ପ୍ରତିଶତ ହ୍ରାସ ଘଟିଥିବା ବ୍ୟବସାୟୀ ମାନେ କହିଛନ୍ତି । ଚାଇନା ସାମଗ୍ରୀ ଗୁଡ଼ିକର ମୂଲ୍ୟ କମ ହୋଇଥିବାରୁ ଲୋକ ମାନେ କିଣିବାକୁ ପସନ୍ଦ କରିଥାନ୍ତି।
ବର୍ତ୍ତମାନ ସୁଦ୍ଧା ଯାହା ପୁରୁଣା ସାମଗ୍ରୀ ଗଚ୍ଛିତ ଥିଲା ସେହିଥିରେ ବ୍ୟବସାୟ ଚାଲିଛି। ଆଗକୁ ମଧ୍ୟ ଏହାର ପ୍ରଭାବ ବ୍ୟବସାୟ ଉପରେ ପଡ଼ିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି ।