( ସରୋଜ କୁମାର ରାଉତ / ରିପୋର୍ଟସ ଟୁଡ଼େ): କଂଗ୍ରେସ ଶାସନ କାଳରେ ୫ ବର୍ଷରେ ରେଳ ପାଇଁ ଅନୁଦାନ ଦିଆଯାଇଥିଲା । ବିଜେପି ସରକାର ଗୋଟେ ବର୍ଷରେ ସେତିକି ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ କହିଛନ୍ତି । ଏହାକୁ ନେଇ ଅଯଥା ରାଜନୀତି କରିବା କିଛି ଦରକାର ନାହିଁ । ପୂର୍ବ ବର୍ଷ ତୁଳନାରେ ଏବର୍ଷ ମିଳିଥିବା ବଜେଟ ଓଡ଼ିଶା ପାଇଁ କମିଛି । କିନ୍ତୁ ଅନ୍ୟ ସବୁଥିରେ ମିଳିଛି । ରାଜ୍ୟ ସରକାର ଯଦି ପାରଙ୍ଗମ ଦେଖାନ୍ତେ ତାହେଲେ ଅଧିକ ଅନୁଦାନ ମିଳିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।