(ସରୋଜ କୁମାର ରାଉତ)ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ଓଡ଼ିଶାର ରାଉରକେଲାରେ ଟୁଲ ରୁମ ଟ୍ରେନିଙ୍ଗ ସେଣ୍ଟର କରାଯିବ। ଏନେଇ କେନ୍ଦ୍ର ସରକାର ୨୦୦କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ସହ ଜମି ଯୋଗାଇବେ ରାଜ୍ୟ ସରକାର। ଓଡ଼ିଶାର ବ୍ରହ୍ମପୁର, କେଉଁଝର, କଳାହାଣ୍ଡି ଓ ବାଲେଶ୍ୱରରେ ଏକ୍ସଟେନସନ ସେଣ୍ଟର ହେବ। ପ୍ରତ୍ୟେକ ସେଣ୍ଟର ପାଇଁ ୨୦ କୋଟି ଖର୍ଚ୍ଚ ହେବ। ସାରା ଭାରତରେ ୨୨୬ଟି ଏମଏସଏମଇ କ୍ଳଷ୍ଟର ହେବ। ଓଡ଼ିଶାରେ ୪୫ଟି କଲଷ୍ଟର ହେବ। ଉପକୂଳ ଜିଲ୍ଲା ରେ ଅବ୍ୟବହୃତ ହୋଇ ପଡ଼ିଥିବା ପ୍ରାୟ ୬୭୦୦ ଏକର ଜମିରେ ମାଛ ଚାଷ କରିବାକୁ ଯୋଜନା ରହିଛି। ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ। କେଜ କଲଚର ଜରିଆରେ ମାଛ ଚାଷ ନେଇ ଯୋଜନା ହେଉଛି। ଏନେଇ ଆସନ୍ତା ୧୪ ତାରିଖରେ ରେ ବାଲେଶ୍ୱରରେ କର୍ମଶାଳା ହେବ। ଖୁବ ଶୀଘ୍ର ଏମଏସଏମଇ ସଚିବ ରାଜ୍ୟରେ ବିଭାଗ କଣ କରୁଛି, ଆଗଜୁ କଣ କରିବାର ଯୋଜନା ରହିଛି, ସେ ବାବଦରେ ଉପସ୍ଥାପନା ଦେବେ।