(ଅମିୟ ରଂଜନ ଘଡ଼ାଇ / କଳିଙ୍ଗ ନଗର): ଯାଜପୁର ଜିଲ୍ଲା କଳିଙ୍ଗ ନଗର ର ଇମାମି ସିମେଣ୍ଟ ରେ ଜମିହରା ମାନଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି । ଗତକାଲି ରାତିରେ କମ୍ପାନୀ ଓ ଜମିହରାମାନଙ୍କ ମଧ୍ୟରେ କୌଣସି ତିକ୍ତତା କାରଣରୁ ଆଜି କମ୍ପାନୀ ତାର ପ୍ରତିଶ୍ରୁତି ରୁ ଓହରିଯାଇ ଜମିହରା ମାନଙ୍କ ନିଯୁକ୍ତି ରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲା । ତେଣୁ ଆଜି ସକାଳେ ଜମିହରା ମାନେ ଏକତ୍ର ହୋଇ ପୁନର୍ବାର ଇମାମି ସିମେଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଘଟଣା ସ୍ଥଳକୁ ଦାନଗଦି ଅତିରିକ୍ତ ତହସିଲଦାର ଓ ମାଜିଷ୍ଟ୍ରେଟ ନାରାୟଣ ଦୀକ୍ଷିତ,ଯାଜପୁର ଡିଏସପି ବିଜୟ କୁମାର ମଲ୍ଲିକ ଆସି ଜମିହରା ମାନଙ୍କ ସହିତ ଆଲୋଚନା କରିଥିଲେ । କିନ୍ତୁ ଜମିହରା ମାନେ ତାଙ୍କ ନିଯୁକ୍ତି ପତ୍ର ବିନା ଧାରଣା ସ୍ଥଳ ରୁ ଉଠିବେ ନାହିଁ ବୋଲି ମନାକଲେ । ପରବର୍ତ୍ତୀ ମୁହୁର୍ତ୍ତରେ ଧାରଣା ସ୍ଥଳ ରୁ ଜମିହରା ମାନଙ୍କୁ ଗିରଫ କରାଯାଇ ଯଖପୁରା ଥାନା କୁ ନିଆଯାଇଥିଲା ।
ଜମିହରା ମାନଙ୍କ ଅଭିଯୋଗ ଯେ ସ୍ଥାନିୟ ବିଧାୟକ ପ୍ରିତି ରଂଜନ ଘଡାଇ ଙ୍କ ନିର୍ଦ୍ଦେଶ ରେ ପୁଲିସ୍ ପ୍ରଶାସନ ସେମାନଙ୍କୁ ଗିରଫ କରିଛି । ଜମିହରା ମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଦାବି ନିଯୁକ୍ତି ନଦେଲେ ପରବର୍ତ୍ତୀ ସମୟରେ ଜମିହରା ମାନେ ରାଜରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।