ରେଲୱେ ଅନୁଦାନ ନେଇ ଗୃହ କମିଟି ବୈଠକ

(ଆଦର୍ଶ ରାଉତ)ଭୁବନେଶ୍ୱର: ଓଡ଼ିଶାକୁ ରେଲୱେ ଅନୁଦାନ ହ୍ରାସ ପ୍ରସଙ୍ଗରେ ଆଜି ବିଧାନସଭାରେ ରେଲେଓ୍ଵ ସଂପର୍କିତ ଗୃହ କମିଟି ବୈଠକ ବସିଥିଲା। ବୈଠକରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର କମାଇଥିବା ଅନୁଦାନ ବାବଦରେ ବୈଠକରେ ଆଲୋଚନା ହୋଇଛି। ଆସନ୍ତା କାଲି କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଦାବି ଅବଗତ କରାଇବେ। ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪ହଜାର ୩୭୩କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ତେବେ ଏହା ଗତବର୍ଷ ଠାରୁ ଚଳିତବର୍ଷ ୧୬୨୦ କୋଟି ଟଙ୍କା କମ୍ ମିଳିଛି। ପୂର୍ବତନ ରେଳପଥ ଲାଗି ଚଳିତ ଥର ୫ହଜାର ୮୫୬କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ଏଥିରେ ସାମିଲ ରହିଛି। ଏଭଳି ସ୍ଥିତିରେ ବିଧାନସଭାର ରେଲୱେ କମିଟି ପକ୍ଷରୁ କେନ୍ଦ୍ର କମାଇଥିବା ଅନୁଦାନ ବାବଦରେ ଏହି ବୈଠକରେ ଆଲୋଚନା ହେଇଛି।