(ସୌମ୍ୟ ରଜଂନ ସେଠୀ) : ଗତକାଲି ବିଦର୍ଭ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିଛି। ଏହି ଅବପାତ ଗତି ପ୍ରଭାବରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାକୁ ଯାଉଛି। ଏହାର ପ୍ରଭାବ କିଛି ମାତ୍ରାରେ ଓଡ଼ିଶାକୁ ପ୍ରଭାବିତ କରିଛି। ଏହାର ପ୍ରଭାବ ହେତୁ ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଆନ୍ତରିକ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାରିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି। ଘଡ଼ଘଡ଼ି ସହ ବର୍ଷା କେବଳ ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଆନ୍ତରିକ ଓଡ଼ିଶା ନୁହେଁ, ବରଂ ଅନ୍ୟ କେତେକ ଜିଲ୍ଲାଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ବର୍ଷା ହେବା ସହ ବଜ୍ରପାତ ମଧ୍ୟ ହେବ।