(ମମତା ସାମଲ): ରାଉରକେଲାରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ମଧୂସୂଦନପୁର ତେଲୁଗୁ ବସ୍ତିରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ନିଆଁ ଆଖପାଖ ୧୦ଟି ଘରକୁ ବ୍ୟାପି ଯାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।
ସୂଚନାଅନୁଯାୟୀ, ଜବାହର ଶ୍ରୀବାସ୍ତବ ବସ୍ତିରେ ଏକ ବାଣ ଗୋଦାମ କରିଥିଲେ। ତେବେ କୌଣସି କାରଣ ବଶତଃ ବାଣରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା।