(ରିପୋର୍ଟସ ଟୁଡ଼େ)ଆଗ୍ରା: ପୁଣି ଆଗ୍ରାରେ ସଡ଼କ ଦୁର୍ଘଟଣା । ଫତେହବାଦ କ୍ଷେତ୍ର ଏକ୍ସପ୍ରେସ ୱେରେ ସକାଳ ସମୟରେ ଲକ୍ଷ୍ନୌରୁ ଆଗ୍ରା ଆସୁଥିବା ଏକ ଏଟ୍ରିଗା କାର ସାମ୍ମାରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଛି । ଯାହା ଫଳରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୭ଜଣଙ୍କ ଘର ଜୋନପୁର ଓ ଜଣଙ୍କ ଘର ଆଜମଗଡ଼ ଥିବା ଜଣାପଡ଼ିଛି । ଏହି ମୃତକମାନେ ଆଗ୍ରାସ୍ଥିତ ଡ. ଭିମରାମ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦ ପାଇଁ ଇଣ୍ଟଭ୍ୟୁ ଦେବା ପାଇଁ ଆସୁଥିବା ସମୟରେ ସକାଳ ୮ଟା ବେଳେ ଏହି ଅଘଟଣଟି ଘଟିଛି । ଏହି ଦୁର୍ଘଟଣା ଲକ୍ଷ୍ନୌ ଏକ୍ସପ୍ରେସ ୱେର ମାଇଲଷ୍ଟୋନ ୩୭.୨ ନିକଟରେ ଘଟିଛି ।