ରାୟଗଡା/ ମନୋଜ କୁମାର ସାହୁ : ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟର ଖେଳ ପଡିଆରେ ମହାଆଡମ୍ବରରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚ ଶିକ୍ଷା ବିଭାଗ, ଓଡିଶା ଶ୍ରୀ ଅତୁନୁ ସବ୍ୟସାଚୀ ନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମଲିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ଓଡିଶା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରିବା ସହ ସ୍ୱାଧୀନତା ପାଇବା ପାଇଁ ମହାପୁରୁଷ ମାନଙ୍କ ବଳିଦାନ ଉପରେ ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ l ଏହାପରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାୟକ ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିବା ସହ ଅତୁଳନୀୟ ଅବଦାନ ପାଇଁ ସମ୍ଭର୍ଦ୍ଧିତ କରିଥିଲେ l ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସେବାସମାଜ, ଉପଖଣ୍ଡ କାରାଗାର, ସ୍ଵଧାର ଗୃହ, ବରିଷ୍ଠ ନାଗରିକ ଗୃହ, ଓ ବରିଷ୍ଠ ନାଗରିକ ମାତୃଶକ୍ତି ଗୃହରେ ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ l ସ୍ୱାଧୀନତା ଦିବସ ପାଳନ ଅବସରରେ ୨୯ ଗୋଟି ଦଳ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଏହି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଏନ. ଭାସ୍କର ରାଓ, ରାୟଗଡା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ରାୟଗଡା ପୌରାଧକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ, ଉପ ପୌରଅଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ରାୟଗଡାର ସମସ୍ତ ଜନ ସାଧାରଣ ଉପସ୍ଥିତ ଥିଲେ l ଉକ୍ତ କାର୍ୟ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଏବଂ ବିଭାଗର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ l