ଖୋର୍ଦ୍ଧାରେ ୭୭ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଜାଗେଶ୍ୱର ପ୍ରଧାନ/ ଖୋର୍ଦ୍ଧା : ୭୭ତମ ସ୍ବାଧୀନତା ଦିବସ ଅବସରରେ ଖୋର୍ଦ୍ଧା ରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ସ୍ଥାନୀୟ ବି.ଜେ.ବି ହାଇସ୍କୁଲ ଖେଳ ପଡ଼ିଆରେ ଆଜି ଆଡମ୍ବରର ସହ ଅନୁଷ୍ଠିତ ହୋଇଯାଇଛି ।
ଆଜିର କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ କେ ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମିଳିତ ପରେଡରେ ଯୋଗ ଦେଇଥିବା ପ୍ରାୟ ୪୮ ଟ୍ରୁପ୍ ର ଅଭିବାଦନ ଗ୍ରହଣ କରିଥିଲେ । ଏ ବର୍ଷ କୋଭିଡ କଟକଣା ନଥିବାରୁ ପାରେଡ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ପରିଶେଷରେ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ପୋଲିସ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପତ୍ତକା ଉତ୍ତୋଳନ ଉତ୍ସବରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ସମସ୍ତ ବରିଷ୍ଟ ଅଧିକାରୀ ଓ ଖୋର୍ଦ୍ଧାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।