ପୁରୀ-: ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ରବିବାର ଏକ ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ସମସ୍ତ ଭକ୍ତ ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ ଗରମ ଡାଲି ନେଇ ଯାଉଥିଲେ। ତେବେ ଅସାବଧାନତା କାରଣରୁ ଡାଲି ଭକ୍ତଙ୍କ ଉପରେ ପଡି ଯାଇଥିଲା। ଡାଲି ପଡିବା ପରେ ଆହତ ୭ ଜଣଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା ।