ଅନୁଗୁଳୁ : ଅନୁଗୁଳୁ ଗୃହରକ୍ଷୀ ପଡ଼ିଆଠାରେ ୬୧ ତମ ଗୃହରକ୍ଷୀ ଦିବସ ପାଳିତ ହୋଇ ଯାଇଛି । ଡିସେମ୍ବର ମାସ ୬ ତାରିଖ ଓଡିଶା ପୋଲିସ ପାଇଁ ଏବଂ ଓଡିଶା ଗୃହରକ୍ଷୀ ମାନଙ୍କ ପାଇଁ ଏକ ବଡ଼ ଦିନ । ସେହି ଗୃହରକ୍ଷୀ ମାନଙ୍କ ସେବାକୁ ସମ୍ମାନ ଜଣାଇ ଆଜି ଏହି ଦିବସ ପାଳନ ହୋଇ ଯାଇଥିବା ବେଳେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଗୃହରକ୍ଷୀ ପୁଲିସର ଏକ ବଳ ବୋଲି ମୁଖ୍ୟ ଅତିଥି କହିବା ସହ ଗୃହରକ୍ଷୀଙ୍କ ବିନା ପୁଲିସ ସମ୍ପୂର୍ଣ୍ଣଭାବେ କାର୍ଯ୍ୟ ତୁଲାଇବା କଷ୍ଟକର ବୋଲି କହିଥିଲେ । ଟ୍ରାଫିକ ଡ୍ୟୁଟି ହେଉକି ଲ ଏଣ୍ଡ ଅର୍ଡର ବେଳେ ଗୃହରକ୍ଷୀଙ୍କ ଅବଦାନ ଅତୁଳନୀୟ । ଏଣୁ ତାଙ୍କ ସମସ୍ତ କାର୍ଯ୍ୟକୁ ସମ୍ମାନ ଦେବା ବୋଲି ସେ କହିଥିଲେ । ସକାଳେ ଏକ ମିଳିତ ପ୍ୟାରେଡରେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିବା ସହ ନିଜ ନିଜ କାର୍ଯ୍ୟରେ ଶ୍ରେଷ୍ଠତ୍ୱ ଦେଖାଇଥିବା ଗୃହରକ୍ଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।