ଖୋଲିବ ୫୫ଟି ନୂଆ ବସ ଷ୍ଟାଣ୍ଡ

ଭୁବନେଶ୍ୱର: ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସଷ୍ଟାଣ୍ଡ । ଯାତ୍ରୀଙ୍କ ଗମନାଗମନର ସୁବିଧା ପାଇଁ ୨୨ଟି ଜିଲ୍ଲାରେ ନିର୍ମାଣ ହେବ ନୂଆ ବସଷ୍ଟାଣ୍ଡ । ଏଥିପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନକରି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ଟି ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକକୁ ବସ ଦ୍ୱାରା ସଂଯୋଗ କରିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ୨୨ ଜିଲ୍ଲାରେ ହେବାକୁ ଥିବା ନୂଆ ବସ୍ଷ୍ଟାଣ୍ଡ ଜିଲ୍ଲା ମୁଖ୍ୟାଳୟ ସମେତ ଆର୍ଥିକ କାରବାର ତଥା ପର୍ୟ୍ୟଟନ କ୍ଷେତ୍ରଗୁଡିକ ପାଇଁ ବେଶ ସହାୟକ ହେବ ।