ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ସିଙ୍ଗାପୁର ଗସ୍ତରେ ୪୦ ଛାତ୍ରଛାତ୍ରୀ;ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଜଣାଇଲେ ଶୁଭେଛା
ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ରୁ ଅଧିକ ଛାତ୍ର ଆଇଟି ସିଙ୍ଗାପୁର ଗସ୍ତ କରିଛନ୍ତି । ସେଠାରେ ଦକ୍ଷତାକୁ ତୀକ୍ଷ୍ଣ କରିବା ପାଇଁ ସିଙ୍ଗାପୁର ଯିବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ୪୦ ଜଣ ଛାତ୍ରଙ୍କ ମଧ୍ୟରୁ ୩୨ ଜଣ ପୁଅ ଏବଂ ୮ ଜଣ ବାଳିକା ରହିଛନ୍ତି ।ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ପୂର୍ଣ୍ଣ ସାମର୍ଥ୍ୟ ଅନୁସନ୍ଧାନ କରିବାକୁ ପ୍ରେରଣା ଦେଇଥିଲେ ଏବଂ ସେମାନଙ୍କୁ ବିଶ୍ୱରେ ଏକ ନମ୍ବର ହେବାକୁ ସର୍ବଶେଷ ଉଦ୍ୟମ କରିବାକୁ ଉତ୍ସାହିତ କରିଥିଲେ।
ସେମାନେ ITE ରେ ୨-ସପ୍ତାହ କାର୍ୟ୍ୟ କରିବା ସହ ପାଠ୍ୟରେ ସମ୍ପୁର୍ଣ୍ଣ ଭାବରେ ଜଡିତ ହେବେ ଏବଂ ସେଠାରେ ବାସ କରୁଥିବା ଏବଂ ଅଧ୍ୟୟନ କରୁଥିବା ଯୁବକମାନଙ୍କ ସାମାଜିକ-ସାଂସ୍କୃତିକ ଦିଗଗୁଡ଼ିକ ସହିତ ମଧ୍ୟ ପରିଚିତ ହେବେ । କାର୍ୟ୍ୟକ୍ରମର ଲକ୍ଷ୍ୟ ହେଉଛି ସିଙ୍ଗାପୁରରେ WSC ର ଉଜ୍ଜ୍ୱଳ ଛାତ୍ରମାନଙ୍କ ପାଇଁ ବିଶ୍ୱସ୍ତରରେ ଏକ ନୂଆ ସ୍ଥାନ ସୃଷ୍ଟି କରିବା ।
ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ସଚିବ ଭି.କେ ପାଣ୍ଡିଆନ୍ ଏବଂ ଡଝଉ ର ସିଇଓ ଉପସ୍ଥିତ ଥିଲେ।ଏହି କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ହେଉଛି WSC ଛାତ୍ରମାନଙ୍କ ପାଇଁ ମୂଲ୍ୟବାନ ବିଶ୍ୱସ୍ତରରେ ସବୋର୍ଚ୍ଚ ସ୍ଥାନ ହାସଲ କରିବା ସହ ନୂତନକୌଶଳ ଶିଖିବା ସହିତ, କୁଶଳୀ ବୃତ୍ତିଗତ ହେବାରେ ସେମାନଙ୍କର ପ୍ରଶିକ୍ଷଣ ଅଭିଜ୍ଞତାକୁ ସମୃଦ୍ଧ କରିବା । ଯାହାକି ବିଶ୍ୱ ସ୍ତରରେ କାର୍ୟ୍ୟ ଏବଂ ଜୀବନଯାପନ ପାଇଁ ସହାୟତା କରିବ ।
ସିଙ୍ଗାପୁରରେ ୨୦ ଜଣ ଛାତ୍ର ମାନବ ବିହୀନ ବିମାନ ଯାନ (UAV) ର ପ୍ରୋଗ୍ରାମିଂ ଏବଂ ମାନବ ବିହୀନ ବିମାନ ସିଷ୍ଟମ (UAS ର ରୂପାନ୍ତରଣରେ ଉନ୍ନତ କୌଶଳ ଶିକ୍ଷା ଗ୍ରହଣ କରିବେ । ଏବଂ ଅନ୍ୟ ୨୦ ଜଣ ଛାତ୍ର ସ୍ୱୟଂଶାସିତ ମୋବାଇଲ୍ ରୋବଟ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ରୋବଟ୍ ପ୍ରୋଗ୍ରାମିଂ ଉପରେ ଦକ୍ଷତା ହାସଲ କରିବେ ଜ୍ଝଏହି ଉଦ୍ଘାଟନୀ ବିନିମୟ କାର୍ୟ୍ୟକ୍ରମ ଓଡ଼ିଶା ସରକାରଙ୍କ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (OSDA) ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ମିଳିତ ଭାବରେ ITE ଶିକ୍ଷା ସେବା (ITEES) ଦ୍ୱାରା ଆୟୋଜିତ ହୋଇଛି ।