ସମ୍ବଲପୁର : ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍। ଉପର ମୁଣ୍ଡରେ ଦୁଇଦିନ ହେଲା ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପୁଣି ୪ ଟି ଗେଟ୍ ଖୋଲାଯାଇଥିବା କୁହାଯାଉଛି। ତେବେ ବର୍ତ୍ତମାନ ମୋଟ ୬ଟି ଗେଟ୍ ମାଧ୍ୟମରେ ଚାଲିଛି ବନ୍ୟାଜଳ ନିଷ୍କାସନ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୩.୩୫ ଫୁଟରେ ପହଞ୍ଚିଥିବାବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୨୬ ହଜାର ୩୩୯ ଘନଫୁଟ ବନ୍ୟାଜଳ। ସେପଟେ ୬ ଟି ଗେଟ୍ ମାଧ୍ୟମରେ ନିଷ୍କାସିତ ହେଉଛି ୧ ଲକ୍ଷ ୨୦ ହଜାର ଘନଫୁଟ ବନ୍ୟା ଜଳ।