ଉତ୍ତରାଖଣ୍ଡ: ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡରେ । ଆଜି ସକଳୁ ସକାଳୁ କମ୍ପନ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଛି । ତେବେ ଏହି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଣ ପାଇଥିଲା । ଲୋକ ଘରୁ ବାହାରି ଆସିଥିଲେ ।
ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର କ୍ଷୟକ୍ଷତିର ଖବର ମିଳିନାହିଁ । ତେବେ ଗତବର୍ଷ ଠାରୁ ଏହି ଅଞ୍ଚଳରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି । ଏଭଳି ପରିସ୍ଥିତିରେ ଏବେ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଦେବଭୂମି ଉତ୍ତରାଖଣ୍ଡରେ ହଠାତ ଭୂକମ୍ପ ହେତୁ ଲୋକେ ହୃଦୟଙ୍ଗମ କରିଥିଲେ । ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ଆତଙ୍କିତ ଅବସ୍ଥାରେ ଘରୁ ବାହାରକୁ ଆସିଥିଲେ ।