କୁଆଖାଇ ନଦୀରେ ବୁଡ଼ିଯିବା ଘଟଣା, ମିଳିଲା ଆଉ ୨ ମୃତଦେହ

ବାଲିଅନ୍ତା : କୁଆଖାଇ ନଦୀରେ ବୁଡ଼ିଯିବା ଘଟଣା । ମିଳିଲା ୨ ମୃତଦେହ | ସମସ୍ତ ୪ ମୃତଦେହ ଉଦ୍ଧାର । ଗତକାଲି ଅଗ୍ନିଶମ ବାହିନୀ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧଳାବାହାର ନିକଟ କୁଆଖାଇରେ ୪ ଜଣ ଯୁବକ ଗାଧେଇଲା ବେଳେ ବୁଡି ଯାଇଥିଲେ । ଗତକାଲି ଝାଡ଼ଖଣ୍ଡ ଜାମ୍‌ସେଦପୁରର ଆରିଆନ୍‌ ମିଶ୍ର(୨୫) ଓ କଟକର କୁମାର ଅବିନାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ବାଲେଶ୍ବରର ରୋହିତ ପରିଡ଼ା(୨୪) ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ(୨୩)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଅଟଳା ନିକଟରେ ଥିବା ଆସ୍ଥା କଲେଜର ଛାତ୍ର ବୋଲି ଜଣାପଡିଛି ।

ଗତକାଲି ଅପରାହ୍ନ ୩ଟାରେ ଏହି ଦୁଃଖଦ ଘଟଣା ଘଟିଥିଲା । ଏହି କଲେଜର ଆଠଜଣ ଛାତ୍ର ଭୋଜି କରିବାକୁ ଆସିଥିଲେ । ଭୋଜି ଚାଲିଥିବା ସମୟରେ ନଦୀକୁ ଗାଧେଇବାକୁ ଯାଇଥିଲେ । ଆଉ ଗାଧୋଉଥିବାବେଳେ ୪ ଜଣ ବୁଡିଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ଖବର ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ପ୍ରଥମେ ୨ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା ପରେ ଆଜି ଆଉ ୨ ଜଣଙ୍କର ମୃତ ଦେହ ଉଦ୍ଦାର ହୋଇଛି ।