ନିଲାମ ହେବ ୧୯ ଖଣି

ବୁଧବାର ୮ମ ପର୍ଯ୍ୟାୟ ବାଣିଜ୍ୟିକ କୋଇଲା ଖଣି ନିଲାମ

ନୂଆଦିଲ୍ଲୀ ; ଭାରତ ସରକାରଙ୍କ କୋଇଲା ମନô୍ଣାଳୟ ପକ୍ଷରୁ ଚଳିତ ମାସ ୧୫ ତାରିଖ ଦିନ ୮ମ
ପର୍ଯ୍ୟାୟ ବାଣିଜ୍ୟିକ କୋଇଲା ଖଣି ନିଲାମର ଶୁଭାରମ୍ଭ ହେବ ।କୋଇଲା ମନô୍ୀ ପ୍ରହଲ୍ଲାଦ ଯୋଶୀ ଆନୁ
ଷ୍ଠାନିକ ଭାବରେ ଏହାର ଆରମ୍ଭ କରିବେ ।ଏଥିରେ ୫ରାଜ୍ୟର ମୋଟ୍ ୩୯ଟି ଖଣି କୁ ନିଲାମ କରାଯିବ ।
ଓଡିଶାର ୧୯ ଖଣି ଏହା ମଧ୍ୟରେ ସାମିଲ ରହିଛି ।ସିଏମ୍ଏସ୍ପି ଆଇନ ଅଧିନରେ ରାଜ୍ୟର ୮ଏବଂ
ଏମ୍ଏମ୍ଡିଆର୍ ଆଇନରେ ୧୧ ଖଣି ନିଲାମ ଲାଗି ରଖାଯିବ ।ସେହିଭଳି ବିହାରର ୩,ଝାଡଖଣ୍ଡର ୭,
ମହାରାଷ୍ଟ୍ରର ୫ଏବଂ ପଶ୍ଚିମବଙ୍ଗର ୯ ଖଣିକୁ ନିଲାମ ଲାଗି ରଖାଯାଇଛି ।
କୋଇଲା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ସରକାରଙ୍କ ପକ୍ଷରୁ ପ୍ରକ୍ରିୟାକୁ ତ୍ୱରାନିତ
କରାଯାଇଛି ।୨୦୨୦ରେ ପ୍ରଥମ ଥର ଲାଗି ବାଣିଜ୍ୟିକ କୋଇଲା ଖଣି ନିଲାମ ଆରମ୍ଭ ହୋଇଥିଲା ।
ଅଦ୍ୟାବଧି ୯୧ କୋଇଲା ଖଣି ଏହା ଅଧିନରେ ନିଲାମ କରାଯାଇଛି ।କୋଇଲା କ୍ଷେତ୍ରରେ ଘରୋଇ
କ୍ଷେତ୍ରକୁ ଉତ୍ସାହିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି ।ଖଣି ,ନିଲାମ ସତ୍ତ,ସମୟ ସୀମା ସର୍ମ୍ପକିତ
ବିଭିନ୍ନ ସୂଚନା ଏମ୍ଏସଟିସିରୁ ଲାଭ କରିହେବ ।ଅନ୍ଲାଇନ୍ ମାଧ୍ୟମରେ ସ୍ୱଚ୍ଛ ଭାବେ ଏହି ପ୍ରକ୍ରିୟା ସମ୍ପାଦନ
ହେବ ।
କୋଇଲା ଖଣି ଗୁଡିକୁ ପାଣ୍ଠି ଯୋଗାଣ ନେଇ ଅଂଶୀଦାରଙ୍କ ସହ ମଂତ୍ରଣାଳୟ ଏକ ପରାମର୍ଶ
ଅଭିଯାନ ଗ୍ରହଣ କରିଥିଲା । ଆର୍ଇସି ଲିମିଟେଡ୍ ମଧ୍ୟ ସମାନ ଧରଣର ଏକ କାର୍ଯ୍ୟକ୍ରମ
ହାତକୁ ନେଇଛି ।ସଫଳ ବିଡରଙ୍କୁ ଅନୁମୋଦନ ଲାଗି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି ।
ସେହିଭଳି ବିଡରଙ୍କୁ ସହାୟତା କରିବା ଲାଗି ଏକ ପ୍ରୋଜେକ୍ଟ ମନିଟରିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।