ଦିନକରେ ଚିହ୍ନଟ ହେଲେ ୧୮୯୦ ଜଣ, ୫ ମାସରେ ସର୍ବାଧିକ ରୋଗୀ, ସାବଧାନ ରୁହନ୍ତୁ

ନୂଆଦୀଲ୍ଲି: ଦେଶରେ ଚିନ୍ତା ବଢାଇ ଚାଲିଛି କୋଭିଡ ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୮୯୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକି ଗତ ୫ ମାସରେ ସର୍ବାଧିକ । ଟେତ ପରିମାଣର ଦୈନିକ ସଂକ୍ରମଣ ଗୋଟିଏ ଦିନରେ ଗତ ୫ ମାସ ମଧ୍ୟରେ ଆସି ନଥିଲା । ସେହିପରି ଗତବର୍ଷ ନଭେମ୍ବର ମାସରେ ଗୋଟିଏ ଦିନରେ ୨୨୦୮ ଜଣ ଚିହ୍ନଟ ହୋଇଥିବା ରେକର୍ଡ କରାଯାଇଥିଲା । ସେହିପରି ଦେଶରେ ଗତକାଲି କୋଭିଡରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି .ଏହାକୁ ମିଶାଇ ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖା ୫ ଲକ୍ଷ ୩୦ ହଜାର ୮୩୧ରେ ପହଂଚିଛି । ଗତ ୨୪ ଘଣ୍ଟା ଭିତରେ ମୁମ୍ବାଇ ଓ ଗୁଜୁରାଟରେ ୨ ଜଣଙ୍କର ପ୍ରାଣ ହାନୀ ହୋଇଛି, ତେବେ କେରଳରେ ୩ ଜଣ ପ୍ରାଣ ହରାଇଛନ୍ତି । ଏବେ ଦେଶରେ ପଜିଟଭିିଟି ରେଟ୍ ୧.୫୬ ପ୍ରତିଶତ ରହିଛି ,ସାପ୍ତାହିକ ପଜିଟିଭିଟି ରେଟ୍ ରହିଛି ୧.୨୯ ଦେଶରେ ମୋଟ କୋଭିଡ ମାମଲା ୪ କୋଟି ୪୭ ଲକ୍ଷ ୪ ହଜାର ୧୪୭ ରହିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା .୦୨ ପ୍ରିତଶତ ରହିଛି । ସୁସ୍ଥ ହାର ୯୮.୭୯ପ୍ରତିଶତ ରହିଛି ।