୧୮୮୯ ଅଙ୍ଗନବାଡି ଗୃହର ଲୋକାର୍ପଣ, ୨୦୨୭ ସୁଦ୍ଧା ସମସ୍ତ କେନ୍ଦ୍ର ନିଜସ୍ୱ ଘରେ

Bhubaneswar: ରାଜ୍ୟରେ ଶିଶୁ ଓ ମହିଳା କଳ୍ୟାଣକୁ ଆରୋ ଶକ୍ତିଶାଳୀ କରିବା ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଉପମୁଖ୍ୟମନ୍ତ୍ରୀ Pravati Parida ୧ ହଜାର ୮୮୯ଟି ଅଙ୍ଗନବାଡି ଗୃହର ଲୋକାର୍ପଣ କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତାକାଲିଠାରୁ ଏହି ସମସ୍ତ ଅଙ୍ଗନବାଡି କେନ୍ଦ୍ର ନିଜସ୍ୱ ଘରରେ ଚାଲିବ। ଏହା ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ସୁବିଧା ବଢ଼ାଇବ।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆସନ୍ତା ଜୁଲାଇ ମାସରେ ପ୍ରାୟ ଅଢେଇ ହଜାର ଅଙ୍ଗନବାଡି ଘର ଲୋକାର୍ପଣ କରିବାକୁ ଲକ୍ଷ୍ୟ ରହିଛି। ସରକାର ୨୦୨୭ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ନିଜସ୍ୱ ଘରରେ ଚାଲାଇବାକୁ ପ୍ରତିବଦ୍ଧ ଥିବା ସେ ଉଲ୍ଲେଖ କରିଛନ୍ତି।

ଏହା ସହ ସବୁ ଅଙ୍ଗନବାଡି କେନ୍ଦ୍ରକୁ “ସକ୍ଷମ ଅଙ୍ଗନବାଡି” ଭାବେ ଉନ୍ନତ କରିବାକୁ ସରକାର ଯୋଜନା କରିଛି। ଏଥିପାଇଁ ୧୦ ହଜାର ନୂତନ ଅଙ୍ଗନବାଡି ନିର୍ମାଣ ପାଇଁ ଅତିରିକ୍ତ ବଜେଟରେ ବ୍ୟବସ୍ଥା କରାଯାଇଛି। ଖୁବ ଶୀଘ୍ର ୪ ହଜାର ୨୮୪ରୁ ଅଧିକ ଅଙ୍ଗନବାଡି ଘରର ସମ୍ପୂର୍ଣ୍ଣ ରୂପରେଖ ତିଆରି କରାଯିବ ବୋଲି ସେ କହିଛନ୍ତି।