ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ୧୬ ହାର୍ଡକୋର ମାଓବାଦୀ ଗିରଫ । ଛତିଶଗଡ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନଭିନ୍ନ ସ୍ଥାନରୁ ଗିରଫ ହୋଇଛନ୍ତି ୧୬ ଜଣ ମାଓବାଦୀ । ଗାଙ୍ଗାଲୁର, ବାସାଗୁଡା ଓ ଜାଙ୍ଗଲା ଜଙ୍ଗଲରୁ ଗିରଫ । ଏଥିସହ ଆଇଇଡି, ପ୍ରେସର କୁକର ବୋମା, ଟିଫିନ ବୋମା, କୋଡେକ୍ସ ତାର ଓ ଜିଲୋଟିନ ଷ୍ଟିକ୍ ମଧ୍ୟ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଦୀର୍ଘ ବର୍ଷ ଧରି ସଂଗଠନରେ ସକ୍ରିୟ ଥିବା ନେଇ ବିଜାପୁର ଏସପିଙ୍କ ସୂଚନା ।

ସୂଚନା ଅନୁସାରେ, ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ୩ଟି ଭିନ୍ନ ଭିନ୍ନ ଜଙ୍ଗଲରୁ ଯବାନ ମାନେ ଏହି ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗାଙ୍ଗାଲୁର, ବାସାଗୁଡା ଏବଂ ଜାଙ୍ଗଲା ଜଙ୍ଗଲରେ ଏସ୍ଟିଏଫ୍, ଡିଆରଜି ଏବଂ ସିଆର୍ପିଏଫ୍ ଯବାନଙ୍କ କୁମ୍ବିଂ ଅପରେସନ ବେଳେ ୧୬ ଜଣ ମାଓବାଦୀ ଗିରଫ ହୋଇଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି । ଏମାନେ ମାଓ ସଙ୍ଗଠନରେ ଦୀର୍ଘ ବର୍ଷ ଧରି ରହିବା ସହ ଅନେକ ହିଂସା କାଣ୍ଡରେ ସାମିଲ୍ ଅଛନ୍ତି । ଏମାନଙ୍କ ନିକଟରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯାହା ମଧ୍ୟରେ ରହିଛି ଆଇଇଡି, ଟିଫିନ ବୋମା, କୋଡେକ୍ସ ତାର ଓ ଜିଲୋଟିନ ଷ୍ଟିକ୍ ଇତ୍ୟାଦି । ଗିରଫ ପରେ ସମସ୍ତ ମାଓବାଦୀଙ୍କ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ବିଜାପୁର ଏସ୍ପି କହିଛନ୍ତି । ଏବେ ବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଲକାନଗିରି ସୀମାନ୍ତ ଛତିଶଗଡର ଗାଙ୍ଗାଲୁର, ବାସାଗୁଡ଼ା, ଜାଙ୍ଗଲାରେ ସର୍ଚ୍ଚ ଅପରେସନ ଚାଲିଛି ।