ପୋଖରୀରେ ବୁଡି ଚାଲିଗଲା ୧୪ ବର୍ଷୀୟ ବାଳକର ଜୀବନ । ମୃତ ବାଳକ ଜଣକ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ବାରବାକୁଳି ଗ୍ରାମର ଉଦୟ ସାନ୍ତାଙ୍କ ପୁଅ ରାଜେଶ ସାନ୍ତା । ସନ୍ଧ୍ୟାରୁ ଯାଇ ଘରକୁ ଫେରି ନଥିଲା ରାଜେଶ । ଘରଲୋକ ବହୁ ଖୋଜା ଖୋଜି କରିବା ସହ ଆଜି ପୋଖରୀ କୂଳରୁ ରାଜେଶର ପୋଷାକ ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଂଚି ରାଜେଶର ମୃତଦେହ ପୋଖରୀରୁ ଉଦ୍ଧାର କରିଥିଲେ । ଏ ସଂକ୍ରାନ୍ତରେ ଝରିଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଯାଇଛି ।