କୁମ୍ଭ ମେଳା ଫେରନ୍ତାମାନେ କରୋନା ସଂକ୍ରମିତ ,୧୩ ଚିହ୍ନଟ

(କଟକ ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଏହା ମଧ୍ୟରେ କୁମ୍ଭ ମେଳା ଫେରନ୍ତା ୩୦ ଜଣଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ଯାତ୍ରୀଙ୍କ କରୋନା ରିପୋର୍ଟ ଯାଞ୍ଚ କଡାକଡି କରାଯାଇଛି। ଆଜି ମଧ୍ୟ ୨ ରୁ ୩ ଟି ଟ୍ରେନରେ କୁମ୍ଭ ମେଳାରେ ସାମିଲ ଲୋକେ ଫେରିବା ସମ୍ଭାବନା ରହିଛି ବୋଲି ସିଏମ୍‌ସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ଏନେଇ ସୋନୁ ନିଗମ ଏକ ଭିଡ଼ିଓ ଜାରି କରିଥିଲେ । ଯେଉଁଥିରେ ସେ କହିଛନ୍ତି ଯେ , ମୁଁ ଆଉ କାହା ବିଷୟରେ କିଛି କହିପାରିବି ନାହିଁ , ହେଲେ ଜଣେ ହିନ୍ଦୁ ଭାବେ ଏହା ନିଶ୍ଚୟ କହିପାରିବି କି କୁମ୍ଭ ମେଳା ହେବାର ଉଚିତ ନଥିଲା । କିନ୍ତୁ ଭଲ ଯେ କିଛି ମାତ୍ରାରେ ବୁଦ୍ଧି ଆସିଯାଇଛି। ମୁଁ ବିଶ୍ୱାସକୁ ବୁଝୁଛି, ହେଲେ ମୋତେ ଲାଗୁଛି କି ଏହି ସମୟରେ ଲୋକଙ୍କ ଜୀବନ ଠାରୁ ଆଉ କିଛି ଜରୁରୀ ନୁହେଁ ।