ନୁଆଦିଲ୍ଲୀ : ଭାରତର ରାଜଧାନୀରେ ଯୁବତୀଙ୍କୁ ୧୨ କିଲୋମିଟର କାର୍ ଘୋଷାଡି ନେବା ଘଟଣାକୁ ନେଇ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ମାମଲାରେ ଖୋଦ ହସ୍ତଖେପ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଘଟଣାରେ ତୁରନ୍ତ ରିପୋର୍ଟ ଦେବା ପାଇଁ ଦିଲ୍ଲୀ ରାଜଧାନୀ ପୋଲିସକୁ ନିଦ୍ଦେଶ ଦେଇଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ । ଏହି ମାମଲାର ତଦନ୍ତ ଭାର ଦିଆଯାଇଛି ବରିଷ୍ଠ ପୋଲିସ ଅଧିକାରୀ ଶାଳିନୀ ସିଂହଙ୍କୁ । ଖୁବ୍ ସିଘ୍ର ଏହି ମାମଲାର ତଦନ୍ତ କରି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ବିସ୍ତୃତ ରିପୋର୍ଟ ଦେବା ପାଇଁ ମଧ୍ୟ କୁହାଯାଇଛି । ଶାଳିନୀ ସିଂହଙ୍କୁ ତଦନ୍ତ ଭାର ଦିଆଯିବା ପରେ ସେ ଗତ ରାତିରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ପୋଲିସ ଅଧିକାରୀଙ୍କ ସହ ଘଟଣାକୁ ନେଇ ସେ ଆଲୋଚନା କରିଛନ୍ତି । ଏହି ଘଟଣା ଦିଲ୍ଲୀରେ ନୂଆବର୍ଷ ଭୋର ସମୟରେ ଅତି ଭୟଙ୍କର ଭାବେ ଘଟିଥିଲା । ଘଟଣାର ଶିକାର ହୋଇଥିବା ଜଣେ ଯୁବତୀଙ୍କୁ କାରରେ ଘୋଷାଡ଼ି ଘୋଷାଡ଼ି ୧୨ କିଲୋମିଟର ଯାଏଁ ଟାଣି ନିଆଯାଇଥିଲା । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସାରା ଦେଶ ଉତ୍ସବ ମନାଉଥିବା ବେଳେ ଏହିଭଳି ବିଭତ୍ସକର ଘଟଣା ଘଟିଥିଲା । ଏହିଘଟଣାରେ ପୋଷ୍ଟ ମର୍ଟମ ରିପୋର୍ଟ ରିପୋର୍ଟ ଆସିବା ପରେ ଏହାର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଅଥିକ ତଥ୍ୟ ଜଣାପଡିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।