ଆଜି ୧୨ ଘଂଟିଆ ମୟୁରଭଞ୍ଜ ବନ୍ଦ

(ସୈାମ୍ୟ ରଞ୍ଜନ ବିଶ୍ୱାଳ): ବ୍ୟାପିବାରେ ହାଇକୋର୍ଟ୍ ସ୍ଥାୟୀ ବେଂଚ୍ ପ୍ରସଙ୍ଗ ନିଆଁ ଚାରି ଅଡେ ବ୍ୟାପିଥିବା ବେଳେ ମୟୁରଭଞ୍ଜ ତାର ପ୍ରଭବା ପଡିଛି । ମୟୁରଭଞ୍ଜ ଜିଲ୍ଲାରେ ବେଂଚ୍ ପ୍ରତିଷ୍ଠା କରିବା ଦାବିରେ ଝାଡଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ଆଜି ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି ।

ସୂଚନାନୁସାରେ, ଜିଲ୍ଲା ଓକିଲ ସଙ୍ଘ ଏବଂ ଜେଏମଏମ ପକ୍ଷରୁ ବାରମ୍ବାର ବାରିପଦାରେ ହାଇକୋର୍ଟ୍ ବେଂଚ୍ ପ୍ରତିଷ୍ଠା କରିବା ପାଇଁ ଦାବି ହୋଇ ଆସୁଛି । ଆଜି ଏହା ବଡଧଧରଣର ରୂପ ନେଇଛି ସହ ୩ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଜେଏମଏମ । ମୟୁରଭଞ୍ଜ ଜିଲ୍ଲା ଏକ ପ୍ରମାର ଠପ ହୋଇଯାଇଛି । ଜାତୀୟ ରାଜପଥ ୧୮ ଏବଂ ୪୯ର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥୀବା ବେଳ ରାଇରଙ୍ଗପୁର ଏବଂ ଉଦଳାରେ ମଧ୍ୟ କର୍ମୀମାମେ ସକାଳୁ ସକାଳୁ ପିକେଟିଂ ଆରମ୍ବ କରିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ଗୁରୁତ୍ୱର ଦେଖି ଜିଲ୍ଲାର ସମସ୍ତ ଦୋକାନ ବଜାର ଏବଂ ସ୍କୁଲ କଲେଜ ବନ୍ଦ ରହିଛି ।