ଉଦ୍ଧାର ହେଲା ୧୧ ଫୁଟିଆ କିଙ୍ଗ କୋବ୍ରା । ଗଞ୍ଜାମ ଜିଲ୍ଲା ଚିକିଟିରେ ଏକ ବ୍ୟାଙ୍କ ସମ୍ମୁଖରୁ ଉଦ୍ଧାର ହୋଇଛି ସାପ । ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ସାପକୁ ଉଦ୍ଧାର କରିଛନ୍ତି । ୧୧ ଫୁଟିଆ କିଙ୍ଗ କୋବ୍ରାକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିବା ଜଣା ପଡ଼ିଛି। ଗଞ୍ଜାମ ଜିଲ୍ଲା ଚିକିଟି ଆନ୍ଧ୍ର ବ୍ୟାଙ୍କ ସମ୍ମୁଖ ରୁ ଉଦ୍ଧାର ହୋଇଛି କିଙ୍ଗ କୋବ୍ରା । ଖବର ପ୍ରକାରେ ଆଜି ପୂର୍ବାହ୍ନ ସମୟ ରେ ଚିକିଟି ଆନ୍ଧ୍ର ବ୍ୟାଙ୍କ ସମ୍ମୁଖ ଏକ ସାପ ଫ ଫ ଶବ୍ଦ କରିବାର ଶୁଣି ଥିଲେ ସ୍ଥାନିୟ ଲୋକେ ଚିକିଟି ବନ ବିଭାଗ ଜଣାଇ ଥିଲେ। ବନ ବିଭାଗ କର୍ମଚାରୀ ଚିକିଟି ସ୍ନେକ ହେଲ୍ପଲାଇନ ସଦସ୍ୟ ଖବର ଦେଇଥିଲେ । ସ୍ନେକ ହେଲ୍ପଲାଇନ ସଦସ୍ୟ ପହଞ୍ଚି ୧୧ ଫୁଟିଆ କିଙ୍ଗ କୋବ୍ରା ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଥିବା ଜଣା ପଡ଼ିଛି।