ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପରମାନନ୍ଦ ମହାନ୍ତିଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଯାଜପୁର ଜିଲା ଧର୍ମଶାଳା ବ୍ଲକର ପ୍ରାକ୍ତନ ବିଧାୟକ ପରମାନନ୍ଦ ମହାନ୍ତିଙ୍କ ୧୧୦ ତମ ଜ୍ରନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ରସୁଲପୁର ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ପ୍ରେସ୍ କ୍ଲବ କୁଆଖିଆ ପକ୍ଷରୁ ଏହି ଉତ୍ସବ ପାଳିତ ହୋଇଥିଲା । କ୍ଲବର ସଭାପତି ବିଶ୍ୱନାଥ ପଣ୍ଡାଙ୍କ ସଭାପତିତ୍ୱରେ ଅତିଥି ଭାବେ ପୂର୍ବତନ ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ଯାଜପୁର ଜିଲାପାଳ ଅମ୍ବର କୁମାର କର, ସ୍ତମ୍ଭକାର ବିଂରଚି ନାରାୟଣ ଦାସ ଓ ସଂଗ୍ରାମୀ ପରିବାରର ଅଚ୍ୟୁତାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇ ସଂଗ୍ରମୀଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତାଙ୍କର ଅବଦାନ, ତ୍ୟାଗ ଓ ବଳିଦାନ ଆମ ପାଇଁ ସ୍ମରଣୀୟ । ତାଙ୍କର ସ୍ମୃତିଚାରଣ କରିବା ଆମର ସୌଭାଗ୍ୟ । ଦେଶର ସ୍ୱାଧୀନତା ପାଇଁ ତାଙ୍କୁ ଜେଲ ଯିବାକୁ ପଡିଛି । ତାଙ୍କ ସଂଗ୍ରାମ ଥିଲା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ ଅତିଥିମାନେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳ ଯୁବ ପ୍ରତିଭାମାନଙ୍କୁ ଅତିଥିମାନେ ପରମାନନ୍ଦ ସମ୍ମାନରେ ସମ୍ମାନୀତ କରିଥିଲେ ।