୭ ଟି ଆସନରେ କେଜରିୱାଲ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡେ) : ରାଜଧାନୀ ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ସହ ମେଣ୍ଟ କଲାନାହିଁ କଂଗ୍ରେସ। ହେଲେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହିଁ ବସିଥିବା ଏଏପି ପଛକୁ ଘୁଞ୍ଚିବ ନାହିଁ ବୋଲି କହିଛି। ଦିଲ୍ଲୀର ସମସ୍ତ ୭ଟି ଆସନରେ ଏଏପି ବିଜୟ ଲାଭ କରିବ ବୋଲି ଦଳ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ପ୍ରକାଶ କରିଛନ୍ତି। ଖବରଦାତାଙ୍କୁ ସୂଚନା ଦେଇ କେଜରିଓ୍ବାଲ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତ ଚାହିଁଲେନି ଆମ ସହ ମେଣ୍ଟ କରିବାକୁ। ହେଲେ ସର୍ଭେ ରିପୋର୍ଟରୁ ଆମେ ଯାହା ଜାଣିଛୁ ସମସ୍ତ ଲୋକ ସଭା ଆସନ ଆମ ହାତକୁ ଆସିବ।