ସୁନା ଓ ରୁପା ମୂଲ୍ୟରେ ହ୍ରାସ
କରୋନା ସମୟରେ ବିଭିନ୍ନ ମାର୍କେଟ୍ ଘାଟା ଯୋଗୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ସୁନା ଓ ରୁପା ମୂଲ୍ୟରେ କିନ୍ତୁ ହ୍ରାସ ଦେଖିବାକୁ ମିଳୁଛି।
(ଦିଲ୍ଲୀ) : କରୋନା ସମୟରେ ବିଭିନ୍ନ ମାର୍କେଟ୍ ଘାଟା ଯୋଗୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ସୁନା ଓ ରୁପା ମୂଲ୍ୟରେ କିନ୍ତୁ ହ୍ରାସ ଦେଖିବାକୁ ମିଳୁଛି। ଆଜି ମଧ୍ୟ ଉଭୟ ମୂଲ୍ୟବାନ ଧତୂର ଦାମ ହ୍ରାସ ପାଇଛି।
ସୂଚନାନୁଯାୟୀ , ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୫୦୦ ଟଙ୍କା ହ୍ରାସ ହୋଇଛି। ସେହିପରି ରୁପା ମୂଲ୍ୟରେ ବି ହ୍ରାସ ପାଇଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ର ୱେବ୍ ସାଇଟର ସୁନା ମୂଲ୍ୟ ହ୍ରାସ ହୋଇଥିବା କୁହାଯାଇଛି। ତେବେ ବିଭିନ୍ନ ସହରର ସୁନାର ମୂଲ୍ୟ ଅଲଗା ଅଲଗା ହୋଇପାରେ। ଏମିତିକି ମୂଲ୍ୟରେ ୧୦୦୦ ଟଙ୍କା ହ୍ରାସ ଦେଖିବାକୁ ମିଳିବ।
ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି ତେବେ ଦୋକାନୀକୁ ବୁଲିୟନରେ ସୁନା ହ୍ରସ ମୂଲ୍ୟ ବିଷୟରେ ମଧ୍ୟ କହିପାରିବେ। ଜାଗ୍ରତ ହୋଇପାରିବେ। ସୂଚନା ଅନୁସାରେ, ବୁଲିୟନ ସାରା ଦେଶର ୧୪ଟି ସେଣ୍ଟରରୁ ସୁନା ଓ ରୁପା ମୂଲ୍ୟ ନେଇ ଏହାର ହାରାହାରି ମୂଲ୍ୟ କହିଥାଏ। ଏହି ମୂଲ୍ୟ ରାଜ୍ୟ ଅନୁସାରେ ପରିବର୍ତ୍ତନ ହୋଇଥାଏ।