(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ବିହାରର ସାରଣ ଲୋକସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ବିପକ୍ଷରେ ଲାଲୁ ଯାଦବ ପ୍ରାର୍ଥୀ ହେଉଛନ୍ତି । ଏହି ଲାଲୁ ତାଙ୍କ ସ୍ୱାମୀ ତଥା ଆରଜେଡି ଅଧ୍ୟକ୍ଷ ନୁହଁନ୍ତି, ସେ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ପାଇଁ
ଗତ ନିର୍ବାଚନରେ ରାବଡି ହାରିଥିଲେ , ଯେଉଁ ୧୦୦୦୦ ଭୋଟରେ ରାବଡି ହାରିଥିଲେ । ଗତ ନିର୍ବାଚନରେ ଲାଲୁ ସ୍ୱାଧୀନ ପ୍ରାର୍ଥୀ ଭାବେ ୧୦ ହଜାର ଭୋଟ ହାତେଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଲାଲୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ।
ୠାଲୁଙ୍କ ଶିକ୍ଷାଗତ ଯୋଗ୍ୟତା ବିଏ । ସେ ଜଣେ ଚାଷୀ । କୃଷି କାର୍ଯ୍ୟ କରି ସେ ତାଙ୍କ ଗୁଜୁରାଣ ମେଣ୍ଟାନ୍ତି । ସେ ୨୦୦୧ରୁ ଲଗାତର ନିର୍ବାଚନ ଲଢି ଆସୁଛନ୍ତି । ସେ ୱାର୍ଡରୁ ଆରମ୍ଭ କରି ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ଲଢିସାରିଛନ୍ତି । କିନ୍ତୁ ଗୋଟିଏ ଥର ବି ଜିତି ନାହାନ୍ତି । ତାଙ୍କ କହିବା ମୁତାବକ, ଯେପର୍ଯ୍ୟନ୍ତ, ଜିତିବେ ନାହିଁ, ସେ ପର୍ଯ୍ୟନ୍ତ ଲଢୁଥିଲେ ।
ତାଙ୍କ ନାମ ଲାଲୁ ଯାଦବ ହୋଇଥିବାରୁ ତାଙ୍କୁ ଅନେକ ଲାଭ ମଧ୍ୟ ହୋଇଛି ।ଲାଲୁ ଏହାକୁ ମାନି ନ ଥିଲେ ମଧ୍ୟ ଲୋକ କୁହନ୍ତି, ଯେତେବେଳେ କୌଣସି କାମ ପାଇଁ ସେ କୌଣସି ଅଧିକାରୀଙ୍କୁ ଫୋନ କରି ଲାଲୁ ଯାଦବ କହୁଛି କୁହନ୍ତି, ତାଙ୍କ କାମ ହୋଇଯାଏ ।
ସୂଚନାଯୋଗ୍ୟ, ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ ଚାରା ଦୁର୍ନୀତିରେ ୨୦୧୩ରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେଣୁ ୨୦୧୪ ନିର୍ବାଚନ ସେ ନିର୍ବାଚନ ଲଢିପାରି ନ ଥିଲେ, କିନ୍ତୁ ଜବରଦସ୍ତ ନିର୍ବାଚନ ପ୍ରଚାର କରିଥିଲେ । କିନ୍ତୁ ଏବେ ସେ ଜେଲରେ ଥିବାରୁ ଚଳିତ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇ ପାରୁ ନାହାନ୍ତି ।