ସମବାୟ ସପ୍ତାହରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ

ଗଜପତି: 72ତମ ସର୍ବ ଭାରତୀୟ ସମବାୟ ସପ୍ତାହ ଅବସରରେ, ଜିଲ୍ଲା ସ୍ତରୀୟ ମହୋତ୍ସବ-2025 ଅନୁଷ୍ଠିତ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ, ଆପନା ଫଙ୍କ୍ସନ ହଲ ପରିସରରେ, ସମବାୟ ବିଭାଗ ଗଜପତି ବିଭାଜନ ପକ୍ଷରୁ ସମବାୟ ସପ୍ତାହ ଏବଂ  ଜିଲ୍ଲା ସ୍ତରୀୟ ମହୋତ୍ସବ-2025 ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ମୁନିନ୍ଦ୍ର ହନାଙ୍ଗା, ଉପଜିଲ୍ଲାପାଳ ଅନୁପ ପଣ୍ଡା, ସିନିୟର ଏ.ଆର.ସି.ସି  ତଥା ଡି.ଆର.ସି.ଏସ୍ ହରିହର ସେଠ, ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ,କୃଷି ଅଧିକାରୀ ରବୀନ୍ଦ୍ର ଆଡେକ, ଆର.ଏମ୍.ସି ସେକ୍ରେଟାରୀ ରେବତୀ ରାଉତ, ସହକାରୀ ସମବାୟ ସମୀକ୍ଷକ ଜିତେନ୍ଦ୍ର ପ୍ରସାଦ ମିଶ୍ର, ଜିଲ୍ଲା  ପରିଷଦ ସଭ୍ୟ ବାଲା ରାଜୁ ପ୍ରମୁଖ ମଞ୍ଚାସିନ ଥିଲେ।

ଆତ୍ମ ନିର୍ଭର ଭାରତ ସମବାୟଏକ ମାଧ୍ୟମ ଉପରେ ଅତିଥି ମାନେ ବିଶୃତ ଆଲୋଚନା କରିଥିଲେ ।ଏହି ବିଷୟରେ ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗୀ କରାଯାଇଥିଲା । ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ଥିଲା ।