(ଓମପ୍ରକାଶ ମିଶ୍ର/ସୋନପୁର): ଆଜି ସପ୍ତୋପୁରୀ ଅମାବାସ୍ୟା । ସାରା ପଶ୍ଚିମ ଓଡ଼ିଶାରେ ଏହାକୁ ବେଶ ଜାକଜମକରେ ପାଳନ କରାଯାଇଥାଏ । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ଏହାକୁ ପୋଡା ଉଆଁସ ବୋଲି ମଧ୍ୟ କୁହାଯାଇଥାଏ । ଏହି ଦିନରେ ସ୍ୱତନ୍ତ୍ର ଭାବେ ସୋନପୁର ଜିଲ୍ଲାରେ ଲଙ୍କାପୋଡି ପର୍ବ ଅନୁଷ୍ଠିତ ହୋଇଥାଏ । କୁନି କୁନି ପିଲାମାନେ କୁଣ୍ଢି କାଚି ଧରି ଘରକୁ ଘର ବୁଲି ଖେଳିଥାନ୍ତି । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁ ଏହି ପର୍ବ ଫିକା ପଡିଛି । ଏହା ସତ୍ତେ୍ୱ ଜିଲ୍ଲାର ବିଭିନ୍ନ ଗାଁରେ ମନ୍ଦିରମାନଙ୍କରେ ପୂଜାର୍ଚ୍ଚନା କରାଯିବା ସହ ଝିଅମାନେ ମାଟି ଓ କାଠରେ ତିଆରି ଖେଳଣା ଧରି ଖେଳୁଥିବା ଦେଖିବାକୁ ମିଳିଛି । ଏହି ପର୍ବକୁ ନେଇ ସୋନପୁର ଜିଲ୍ଲାର ସଂସ୍କୃତ ଗବେଷକ ନାଟ୍ୟଶ୍ରୀ ଗଦାଧର ବାରିକ ଏହି ପର୍ବର ବିଶେଷତା ବିଷୟରେ ମତ ରଖିଛନ୍ତି ।