ଲକଡାଉନ ଉଲଙ୍ଘନ,୧୨୦୬ଟି ଗାଡି ସହ ୩୭୬ ଜଣ ବିନା ମାସ୍କରେ ଫାଇନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ଼ ଭାଙ୍ଗି ତଣ୍ଡ ଗଣିଲେ ଅମାନିଆ । କୋରୋନା ପାଇଁ ସାରା ରାଜ୍ୟରେ ଲକଡାଉନ କରାଯାଇଛି । ଅତ୍ୟାବଶ୍ୟକ ନ ପଡିଲେ ଘରୁ ବାହାରକୁ ନ ବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ହେଲେ କିଛି ଅମାନିଆ ବିନା କାରଣରେ ଘରୁ ବାହାରି ବାହାରେ ବୁଲୁଥିବା ବେଳେ ପୋଲିସ ହାବୁଡରେ ପଡିଛନ୍ତି । କଟକ-ଭୁବନେଶ୍ୱରରୁ କମିଶନରେଟ ପୋଲିସ ଲକଡାଉନ ନିୟମ ଉଲଙ୍ଘନକାରୀଙ୍କ ନିକଟରୁ ୧୨୦୬ ଟି ବାଇକ ଓ ବିନା ମାସ୍କରେ ବୁଲୁଥିବା ଘଟଣାରେ ୩୭୬ ଜଣ ଉଲଙ୍ଘନକାରୀଙ୍କଠାରୁ ଜୋରିମାନା ଆଦାୟ କରିଛି । ପ୍ରତି ଦିିନ ଅମାନିଆଙ୍କଠାରୁ କମିଶନରେଟ ପୋଲିସ ଗାଡି ଜବତ କରୁଥିବା ବେଳେ ଅମାନିଆମାନେ ବାରମ୍ବାର ନିୟମ ଉଲଙ୍ଘନ କରୁଥିବା ଦେଖିବାକୁ ମିଳିଛି ।