(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାରେ ରାଜ୍ୟରେ ୮୯ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୂର୍ବରୁ ୪ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ବର୍ତମାନ ବାଲେଶ୍ୱର ଜିଲ୍ଲାରୁ ୨ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି ବାଲେଶ୍ୱରରେ ୧୦ରେ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।