(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି କୋରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟ । ୧୧୧ ନମ୍ବର ଆକ୍ରାନ୍ତଙ୍କ ଘର ଯାଜପୁର ଜିଲ୍ଲାର ବାସୁଦେବପୁର ଅଞ୍ଚଳର । ତାଙ୍କର ବୟଷ ୩୪ ବର୍ଷ । ସେ ପଶ୍ଚିମବଙ୍ଗୋରୁ ଫେରିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ରାଜ୍ୟରେ ବାଲେଶ୍ୱର, କୋରାପୁଟ ଓ ଯାଜପୁର ଜିଲ୍ଲାରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଯାଜପୁର ଜିଲ୍ଲାରେ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ରେ ପହଞ୍ଚିଛି । ବାଲେଶ୍ୱରରେ -୧୬, ଭଦ୍ରକରେ-୧୬, ସୁନ୍ଦରଗଡ-୬, କଳାହାଣ୍ଡି-୨, ଢେଙ୍କାନାଳ-୧, କଟକ-୧, କେନ୍ଦ୍ରାପଡା-୨, ପୁରୀ-୧, କୋରାପୁଟ-୧ ଓ ଭୁବନେଶ୍ୱରରେ ୪୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ୧୧୧ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୭୩ ଜଣ ଚିକିତ୍ସିତ ହେଉଛନ୍ତି । ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।