ରାଜଧାନୀର ଖୋଲିଲା ବ୍ରାଣ୍ଡେଡ୍ ଗାର୍ମେଣ୍ଟ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ରାଜଧାନୀର ହୋଟେଲ ନିଉ ମାରିଅନ୍ ପରିସରରେ ବ୍ରାଣ୍ଡେଡ୍ ଗାର୍ମେଣ୍ଟ ସେଲ୍‌ ଆରମ୍ଭ ହୋଇଛି। ଅତ୍ୟନ୍ତ କମ୍ ମୂଲ୍ୟରେ ଏଠାରେ ବିଭିନ୍ନ ବ୍ରାଣ୍ଡ୍‌ର ରେଡିମେଡ୍ ପୋଷାକ ଉପଲବ୍ଧ ହେଉଛି। ଏହି ବିକ୍ରିରେ ନୂଆ ଷ୍ଟକ୍‌କୁ ମଧ୍ୟ ସାମିଲ କରାଯାଇଛି। ଏଥିଯୋଗୁ ଗ୍ରାହକଙ୍କ ମଧ୍ୟରେ ମାତ୍ରାଧିକ ଉତ୍ସାହ ଦେଖାଦେଇଛି। ପୁଅ, ଝିଅ ଓ ପିଲାମାନଙ୍କ ପାଇଁ ଡିଜାଇନ ଓ ଷ୍ଟାଇଲର ପୋଷାକ ଏଠାରେ ରଖାଯାଇଛି। ଏଠାରେ ଗ୍ରାହକମାନେ ୩୦ ହଜାରରୁ ଊର୍ଧ୍ବ ରେଡିମେଡ ପୋଷାକରୁ ସେମାନଙ୍କ ପୋଷାକ ଚୟନ କରିପାରିବେ। ସାର୍ଟର ମୂଲ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କା ମଧ୍ୟରେ ରହିଥିବାବେଳେ ଟ୍ରାଉଜରର ମୂଲ୍ୟ ୪୦୦ରୁ ୮୦୦ ଟଙ୍କା, ବ୍ରାଣ୍ଡେଡ ଜିନ୍ସର ମୂଲ୍ୟ ୮୦୦ ଟଙ୍କା, ଲେଡିଜ୍ ଜିନ୍ସ, ଟପ୍ସ, କୁର୍ତି ଆଦିର ମୂଲ୍ୟ ୨୦୦ରୁ ୬୦୦ ଟଙ୍କା ଏବଂ ପିଲାଙ୍କ ପୋଷାକ ୧୫୦ ଟଙ୍କାରୁ ୫୦୦ ଟଙ୍କା ମଧ୍ୟରେ ରହିଛି।